ଓଡ଼ିଶା ରାଜ୍ୟ ସଂଗ୍ରହାଳୟ
ସ୍ଥାପିତ | ୧୯୩୨ |
---|---|
ଅବସ୍ଥାନ | ବିଜେବି ନଗର, ଭୁବନେଶ୍ୱର, ଓଡ଼ିଶା |
ନିର୍ଦେଶକ | ଜୟନ୍ତୀ ରଥ[୧] |
ସ୍ୱତ୍ୱାଧିକାରୀ | ଓଡ଼ିଶା ସରକାର |
ୱେବସାଇଟ | http://orissamuseum.nic.in/ |
ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ଓଡ଼ିଶାର ଭୁବନେଶ୍ୱରରେ ଥିବା ଏକ ସଂଗ୍ରହାଳୟ । ଏହା ୧୯୩୨ରେ ସ୍ଥାପିତ ହୋଇଥିଲା ଓ ପରେ ୧୯୬୦ରେ ନୂତନ ସୌଧକୁ ସ୍ଥାନାନ୍ତରିତ ହୋଇଥିଲା । [୨] ସଂଗ୍ରହାଳୟଟି ୧୧ଟି ଭାଗରେ ବିଭକ୍ତ ଯଥା : ପ୍ରତ୍ନତତ୍ୱ, ସୂତ୍ରଲିପି ଉତ୍କିରଣବିଦ୍ୟା, ମୁଦ୍ରାଶାସ୍ତ୍ର, ଶସ୍ତ୍ରାଗାର, ଖନନ ଓ ଭୂବିଜ୍ଞାନ, ପ୍ରାକୃତିକ ଇତିହାସ ବିଜ୍ଞାନ, କଳା ଓ ଶିଳ୍ପ, ସମକାଳୀନ କଳା, ପଟ୍ଟଚିତ୍ର, ନୃବିଦ୍ୟା ଓ ତାଳପତ୍ର ପୋଥି ଆଦି । [୨] ସଂଗ୍ରହାଳୟଟି ଜଣେ ସୁପରିଣ୍ଟେଣ୍ଡେଣ୍ଟଙ୍କଦ୍ୱାରା ପରିଚାଳିତ ଓ ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗ ଏହାର ପ୍ରଶାସନିକ ପରିଚାଳିତ ହେଉଛି। ।
ଇତିହାସ
[ସମ୍ପାଦନା]ଏହି ସଂଗ୍ରହାଳୟଟି ୧୯୩୨ରେ ଉଇଲିଅମ ଜୋନ୍ସ,, ଘନଶ୍ୟାମ ଦାସ, ଏନ. ସି. ବାନାର୍ଜୀ, ହରେକୃଷ୍ଣ ମହତାବ ଆଦି ଗବେଷକ ଓ ଐତିହାସିକଙ୍କ ଉଦ୍ୟମରେ ରେଭେନ୍ସା କଲେଜ ପରିସରରେ ଆରମ୍ଭ ହୋଇଥିଲା । [୩] ୧୯୪୫ -୪୬ ବେଳେ ଓଡ଼ିଶା ସରକାରଙ୍କଦ୍ୱାରା ଏହାକୁ ପୁରୁଣା ଭୁବନେଶ୍ୱରର ବ୍ରହ୍ମାନନ୍ଦ କୋଠାରେ ପ୍ରତିଷ୍ଠା କରି ରାଜ୍ୟ ସଂଗ୍ରହାଳୟର ମାନ୍ୟତା ଦିଆଗଲା ।[୨] ପରେ ଏହା ୧୯୫୦ ମସିହାରେ ପଟେଲ ହଲ ଭିତରକୁ ଘୁଞ୍ଚା ଯାଇଥିଲା । ୧୯୫୭ରେ ପୁଣିଥରେ ଏହାକୁ ଇଉନିଟ ୧ରେ ଏକ କୋଠା ମଧ୍ୟକୁ ଘୁଞ୍ଚାଯାଇଥିଲା ଓ ତତ୍କାଳୀନ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦଙ୍କଦ୍ୱାରା ୧୯୬୦ରେ ଏବେକାର ପରିସରରେ ଉଦ୍ଘାଟିତ ହୋଇଥିଲା ।[୨]
ଗ୍ୟାଲେରି
[ସମ୍ପାଦନା]- ପ୍ରତ୍ନତତ୍ୱ
- ସୂତ୍ରଲିପି ଉତ୍କିରଣବିଦ୍ୟା
- ମୁଦ୍ରାଶାସ୍ତ୍ର
- ଶସ୍ତ୍ରାଗାର
- ଖନନ ଓ ଭୂବିଜ୍ଞାନ
- ପ୍ରାକୃତିକ ଇତିହାସ ବିଜ୍ଞାନ
- କଳା ଓ ଶିଳ୍ପ
- ସମକାଳୀନ କଳା
- ପଟ୍ଟଚିତ୍ର
- ନୃବିଦ୍ୟା ଓ ତାଳପତ୍ର ପୋଥି
ଆଧାର
[ସମ୍ପାଦନା]- ↑ ଧରିତ୍ରୀ ୧୭/୦୯/୨୦୧୪ ପୃଷ୍ଠା ୧୧
- ↑ ୨.୦ ୨.୧ ୨.୨ ୨.୩ Patel, C.B. "Origin and evolution of Orissa State Museum" (PDF). OHRJ. XLVII (3). Retrieved 11 March 2013.
- ↑ http://www.bharatonline.com/orissa/bhubaneswar/orissa-state-museum.html
ବାହାର ଲିଙ୍କ
[ସମ୍ପାଦନା]- ସରକାରୀ ୱେବସାଇଟ Archived 2013-03-14 at the Wayback Machine.