ଆଉରଙ୍ଗଜେବ
ଆଉରଙ୍ଗଜେବ Abul Muzaffar Muhi-ud-Din Muhammad Aurangzeb | |
---|---|
Aurangzeb seated on the Peacock Throne. | |
ଶାସନକାଳ | 31 July 1658 – 3 March 1707 |
ରାଜ୍ୟାଭିଷେକ | 15 June 1659 at Red Fort, ଦିଲ୍ଲୀ |
ପୂର୍ବାଧିକାରୀ | ଶାହଜାହାନ |
ଉତ୍ତରାଧିକାରୀ | ବାହାଦୁର ଶାହ I |
ସ୍ୱାମୀ/ସ୍ତ୍ରୀ | Dilras Banu Begum Nawab Raj Bai Begum Aurangabadi Mahal Udaipuri Mahal |
ସନ୍ତାନସନ୍ତତିଗଣ | |
Zeb-un-Nissa Zinat-un-Nissa Muhammad Azam Shah Mehr-un-Nissa Muhammad Akbar Sultan Muhammad Bahadur Shah I Badr-un-Nissa Zubdat-un-Nissa Muhammad Kambaksh | |
ସମ୍ପୂର୍ଣ୍ଣ ନାମ | |
Abul Muzaffar Muhi-ud-Din Muhammad Aurangzeb | |
ବଂଶ | Timurid |
ବାପା | ଶାହଜାହାନ |
ମାଆ | ମମତାଜ ମହଲ |
ଜନ୍ମ |
(N.S.) | ୪ ନଭେମ୍ବର ୧୬୧୮
ମୃତ୍ୟ | ୩ ମାର୍ଚ୍ଚ ୧୭୦୭ ଅହମଦନଗର, ଭାରତ | (ବୟସ ୮୮)
ସମାଧି | ଖୁଲଦାବାଦ |
ଆଉରଙ୍ଗଜେବ ଭାରତର ଜଣେ ମୋଗଲ ସମ୍ରାଟ ଓ ଶାହଜାହାନଙ୍କ ପୁତ୍ର ଥିଲେ । ପିତାଙ୍କୁ ବନ୍ଦୀ କରିବା ପରେ ଆଉରଙ୍ଗଜେବ ୧୬୫୮ ଖ୍ରୀଷ୍ଟାବ୍ଦରେ ଆଗ୍ରାଠାରେ ସିଂହାସନ ଆରୋହଣ କରିଥିଲେ । [୧] ୧୬୫୯ରେ ସେ ଦିଲ୍ଲୀର ମହାସମାରୋହରେ ତାଙ୍କର ଅଭିଷେକ କରେଇ ନିଜକୁ ଆଲମଗିରି ବା ପୃଥିବୀ-ବିଜୟୀ ଉପାଧିରେ ଭୂଷିତ କରେଇଥିଲେ । [୨][୩]
ସିଂହାସନ ଆରୋହଣ
[ସମ୍ପାଦନା]ରାଜତ୍ୱ
[ସମ୍ପାଦନା]ଆଉରଙ୍ଗଜେବଙ୍କର ରାଜତ୍ୱର ୫୦ବର୍ଷ ମଧ୍ୟରୁ ପ୍ରଥମାର୍ଦ୍ଧ ଉତ୍ତର ଭାରତରେ ସାମରିକ ଓ ବେସାମରିକ ବିଭାଗମାନଙ୍କର ଉନ୍ନତି କରାଇବାରେ କଟିଥିଲା । ତାଙ୍କର ରାଜତ୍ୱର ଦ୍ୱିତୀୟାର୍ଦ୍ଧ ଦାକ୍ଷିଣାତ୍ୟରେ ବିଜାପୁର ଓ ଗୋଲକୁଣ୍ଡାର ଶାସକ ଓ ମହାରାଷ୍ଟ୍ରୀୟମାନଙ୍କ ସହିତ ସଂଘର୍ଷରେ କଟିଥିବାରୁ ଉତ୍ତର ଭାରତରେ ଶାସନ ଅବହେଳିତ ଓ ବିଶୃଙ୍ଖଳ ହୋଇଥିଲା । ତାନକ ସମୟରେ ମୋଗଲ ସାମ୍ରାଜ୍ୟର ଶକ୍ତି ଓ ସୀମା ବୃଦ୍ଧି ପାଇଥିଲେ ମଧ୍ୟ ମୋଗଲ ସାମ୍ରାଜ୍ୟର ପତନ ଆରମ୍ଭ ହୋଇଥିଲା ।
ଧର୍ମ ନୀତି
[ସମ୍ପାଦନା]ଆଉରଙ୍ଗଜେବ ନୈଷ୍ଠିକ ମୁସଲମାନ ଥିଲେ ମଧ୍ୟ ଅନ୍ୟ ଧର୍ମାବଲମ୍ବୀମାନଙ୍କ ପ୍ରତି ଅନୁଦାର ଥିଲେ । ସେ ରାଜନୀତିରେ ଧର୍ମକୁ ସଂଯୋଗ କରି ବଡ଼ ଭୁଲ କରିଥିଲେ । ଆକବରଙ୍କର ଉଦାର ଧର୍ମନୀତି ବଦଳେଇ ସେ ଅନ୍ୟ ଧର୍ମାବଲମ୍ବୀଙ୍କ ପ୍ରତି ବଡ଼ କଠୋର ହୋଇପଡ଼ିଥିଲେ । ସେ ହିନ୍ଦୁମାନଙ୍କୁ ଘୃଣା କରୁଥିଲେ । ସେ ସୁନ୍ନି ମୁସଲମାନ ଥିଲେ । ତେଣୁ ସିହା ମୁସଲମାନଙ୍କୁ ଭଲ ପାଉନଥିଲେ । ଭାରତରେ ସୁନ୍ନି ମୁସଲମାନ ଧର୍ମ ପ୍ରତିଷ୍ଠା କରିବା ତାଙ୍କର ଲକ୍ଷ୍ୟ ଥିଲା । ସେ ଆକବରଙ୍କ ଉଦାର ହିନ୍ଦୁ ନୀତି ବଦଳେଇ ହିନ୍ଦୁମାନଙ୍କ ଉପରେ ନାନା ପ୍ରକାର ଅତ୍ୟାଚାର କରୁଥିଲେ । ତାଙ୍କ ଆଦେଶରେ କାଶୀ, ମଥୁରା ଓ ଗୁଜରାଟର ବିଖ୍ୟାତ ହିନ୍ଦୁ ମନ୍ଦିରମାନ ଭାଙ୍ଗି ଦିଆଯାଇଥିଲା । ହିନ୍ଦୁମାନେ ନୂଆ ମନ୍ଦିର ନିର୍ମାଣ କରି ପାରିବେ ନାହିଁ ଓ ପୁରାତନ ମନ୍ଦିର ମରାମତି କରିପାରିବେ ନାହିଁ ବୋଲି ଆଦେଶ ଜାରି କରିଥିଲେ । ହିନ୍ଦୁମାନଙ୍କର ମେଳା ଓ ଯାତ୍ରାଉପରେ ନିଷେଧାଷ ଜାରି କରାଗଲା । ହିନ୍ଦୁମାନଙ୍କ ଉପରେ ଜିଜିୟା କର ଓ ଯାତ୍ରୀ କର ପୂନର୍ବାର ବସାଗଲା । ରାଜପୁତମାନଙ୍କ ବ୍ୟତୀତ ଅନ୍ୟ ହିନ୍ଦୁମାନେ ହାତୀ, ଘୋଡ଼ା, ପାଲିଙ୍କି ପ୍ରଭୃତି ଚଢିପାରିବେ ନାହିଁ ବୋଲି ଆଦେଶ ଜାରି ହେଲା । ହିନ୍ଦୁମାନଙ୍କର ବିଦ୍ୟାଳୟମାନ ଉଠାଇ ଦିଆଯାଇ ସେଗୁଡିକ ସ୍ଥାନରେ ମଦ୍ରାସା ବା ମୁସଲମାନ ବିଦ୍ୟାଳ୍ୟ ମାନ ସ୍ଥାପନ କରାଗଲା। ଅନେକ ହିନ୍ଦୁଙ୍କୁ ଚାକିରୀରୁ ବାହାର କରି ଦିଆଗଲା । ଯେଉଁ ହିନ୍ଦୁମାନେ ସୁନ୍ନି ଇସଲାମ ଧର୍ମ ଗ୍ରହଣ କଲେ ସେମାନଙ୍କଉ ବଡ଼ ବଡ଼ ଚାଲିରୀ ମିଳିଲା । ହିନ୍ଦୁ ବଣିକମାନଙ୍କ ଉପରେ ଦୁଇଗୁଣ କର ବସାଇଦିଆଗଲା । ଆଉରଙ୍ଗଜେବଙ୍କର ଏହିପରି ଧର୍ମାନ୍ଧ ନୀତି ଫଳରେ ପଞ୍ଜାବର ସତନାମୀ ମାନେ, ମଥୁରାର ଜାଠମାନେ, ରାଜପୁତ ଓ ମରହଟ୍ଟାମାନେ ଚାରିଆଡେ ବିଦ୍ରୋହ କରିବାଅକୁ ଲାଗିଲେ । ଏହା ଫଳରେ ମୋଗଲ ସାମ୍ରାଜ୍ୟ ଦୁର୍ବଳ ହେବାକୁ ଲାଗିଲା। [୪][୫]
ରାଜ୍ୟ ବିସ୍ତାର
[ସମ୍ପାଦନା]୧୬୬୧ ଖ୍ରୀଷ୍ଟାବ୍ଦରେ ଆଉରଙ୍ଗଜେବ ସେନାପତି ମିରଜୁମଲାଙ୍କୁ ଆସାମ ଓ କୂଚବିହାର ଜୟ କରିବାକୁ ପଠେଇଥିଲେ । ଆସାମ ଅଭିଯାନରେ ବହୁ ସୈନ୍ୟ କ୍ଷତି ଘଟିଲା ଏବଂ ମିରଜୁମୁଲା ପ୍ରାଣତ୍ୟାଗ କରିଥିଲେ । ଏହାପରେ ବହୁକାଳ ଯୁଦ୍ଧ ଚାଲିଲା ଏବଂ ଆସାମର ରାଜା ପରାସ୍ତ ହେଇ ସନ୍ଧି କଲେ ।
ମିରଜୁଲାମଙ୍କ ପରେ ଆଉରଙ୍ଗଜେବଙ୍କର ମାମୁଁ ଶାୟସ୍ତ ଖାଁ ବଙ୍ଗର ଶାସକ ନିଯୁକ୍ତ ହେଇଥିଲେ । ସେ ଆରାକାନବାସୀ ଓ ପର୍ତ୍ତୂଗୀଜମାନଙ୍କର ଆମ ଦେଶ ଲୁଣ୍ଠନ ବନ୍ଦ କରାଇଥିଲେ ଏବଂ ଆରକାନର ରାଜାଙ୍କୁ ପରାସ୍ତ କରି ତାଙ୍କଠାରୁ ଚିତାଗଙ୍ଗ ଜୟ କରିଥିଲେ । ଉତ୍ତର-ପଶ୍ଚିମ ଅଞ୍ଚଳର ପାହାଡ଼ିଆ ବିଦ୍ରୋହୀ ଜାତିର ଲୋକମାନଙ୍କୁ ଆଉରଙ୍ଗଜେବ ପରାସ୍ତ କରିଥିଲେ ।
ଆଉରଙ୍ଗଜେବଙ୍କର ଅନୁଦାର ହିନ୍ଦୁନୀତି ବିରୋଧରେ ମଥୁରାର ଜାଠମାନେ ଏବଂ ପଞ୍ଜାବର ସତନାମୀ ସମ୍ପ୍ରଦାୟର ଲୋକମାନେ ବିଦ୍ରହ କରିଥିଲେ । ଆଉରଙ୍ଗଜେବ ବହୁ ସୈନ୍ୟ ପଠାଇ ସେମାନଙ୍କର ବିଦ୍ରୋହ ଦମନ କରିଥିଲେ ।
ଶିଖମାନଙ୍କ ସହିତ ସମ୍ପର୍କ
[ସମ୍ପାଦନା]ଶିଖମାନଙ୍କର ନବନ ଗୁରୁ ତେଗବାହାଦୁରଙ୍କୁ ଆଉରଙ୍ଗଜେବ ଇସଲାମ ଧର୍ମ ଗ୍ରହଣ କରିବାକୁ ବାଧ୍ୟ କରିଥିଲେ । ତେଗବାହାଦୁର ଏଥିରେ ଅସମ୍ମତ ହେବାରୁ ତାଙ୍କୁ ୧୬୭୫ରେ ନୃଶଂସ ହତ୍ୟା କରାଯାଇଥିଲା । ଏହା ପରେ ଶିଖମାନେ ସେମାନଙ୍କ ଦଶମ ଗୁରୁ ଗୋବିନ୍ଦ ସିଂହଙ୍କଦ୍ୱାରା ସଙ୍ଗଠିତ ଏକ ସାମରିକ ଜାତିରେ ପରିଣତ ହୋଇଥିଲା । ସେମାନେ ଆଉରଙ୍ଗଜେବ ବଞ୍ଚିବା ପର୍ଯ୍ୟନ୍ତ ତାଙ୍କ ବିରୁଦ୍ଧରେ ଯୁଦ୍ଧ ଚଳାଇଥିଲେ ।
ରାଜପୁତମାନଙ୍କ ସହିତ ସମ୍ପର୍କ
[ସମ୍ପାଦନା]ଆକବର ରାଜପୁତମାନଙ୍କ ପ୍ରତି ଉଦାର ନୀତି ଅନୁସରଣ କରିଥିବାରୁ ସେମାନେ ବିଶାଳ ମୋଗଲ ସାମ୍ରାଜ୍ୟ ବିସ୍ତାରରେ ଆକବରଙ୍କୁ ବିଶେଷ ସାହାଯ୍ୟ କରିଥିଲେ । ଆଉରଙ୍ଗଜେବ ରାଜପୁତମାନଙ୍କ ପ୍ରତି ଅନୁଦାର ନୀତି ପ୍ରୟୋଗ କରି ସେମାନଙ୍କୁ ସନ୍ଦେହପୂର୍ଣ୍ଣ ଚକ୍ଷୁରେ ଦେଖିବାରୁ ସେମାନେ ମୋଗଲ ସାମ୍ରାଜ୍ୟ ବିରୋଧରେ ଯୁଦ୍ଧ କରିବାରେ ଲାଗିଲେ ।
ଆଉରଙ୍ଗଜେବଙ୍କର ସେନାପତି ମାରାବାରର ରାଜା ଯଶୋବନ୍ତ ସିଂହଙ୍କର ମୃତ୍ୟୁପରେ ଆଉରଙ୍ଗଜେବ ତାଙ୍କର ବିଧବା ରାଣୀ ଓ ଶିଶୁ ପୁତ୍ର ଅଜିତ ସିଂହଙ୍କୁ ଇସଲାମ ଧର୍ମରେ ଦୀକ୍ଷିତ କରାଇବାକୁ ଇଛା କଲେ ଓ ସେମାନଙ୍କୁ ବନ୍ଦୀ କଲେ । ମାତ୍ର ରାଠୋରବୀର ଯଶୋବନ୍ତ ସିଂହଙ୍କର ମିତ୍ର ଦୁର୍ଗାଦାସ କୌଶଳରେ ଅଜିତ ସିଂହ ଓ ତାଙ୍କ ମାଆଙ୍କୁ ଉଦ୍ଧାର କରି ମାରବାରର ରାଜଧାନୀ ଯୋଧପୁରକୁ ଘେନି ଯାଇଥିଲେ । ଏଥିରେ ଆଉରଙ୍ଗଜେବ ଉତ୍ତ୍ୟକ୍ତ ହୋଇ ୧୬୭୯ରେ ମାରବାର ଆକ୍ରମଣ କରିଥିଲେ । ଯୋଧପୁର ଆକ୍ରମଣ କରିଥିଲେ । ତଥାପି ମାରବାରର ରାଜପୁତମାନେ ଦୁର୍ଗାଦାସଙ୍କ ନେତୃତ୍ତ୍ୱରେ ଆଉରଙ୍ଗଜେବଙ୍କର ମୃତ୍ୟୁ ପର୍ଯ୍ୟନ୍ତ ଯୁଦ୍ଧ ଚଳାଇଥିଲେ ।
ମିବାରର ରାଜା ରାଜସିଂହ ମାରବାରର ରାଣୀଙ୍କର ଭାଇ ଥିବାରୁ ସେ ମାରବାରକୁ ଆଉରଙ୍ଗଜେବଙ୍କ ବିରୋଧରେ ସାହାଯ୍ୟ କରିଥିଲେ । ଫଳରେ ଆଉରଙ୍ଗଜେବ ମିବାର ଆକ୍ରମଣ କଲେ । ରାଜପୁତମାନଙ୍କ ଅସୀମ ସାହାସ ଓ ରଣକୌଶଳ ଯୋଗୁଁ ଆଉରଙ୍ଗଜେବଙ୍କର ବହୁ ସୈନ୍ୟକ୍ଷତି ଘଟିଲା । ଉଭୟ ପକ୍ଷରୁ ବହୁ କ୍ଷତିହେବାରୁ ରାଜସିଂହଙ୍କ ମୃତ୍ୟୁପରେ ତାଙ୍କର ପୁତ୍ର ଜୟସିଂହ ଆଉରଙ୍ଗଜେବଙ୍କ ସହିତ ସନ୍ଧି କରିଥିଲେ । କିନ୍ତୁ ମାରବାରର ରାଜପୁତମାନେ ଆଉରଙ୍ଗଜେବଙ୍କ ମୋଗଲ ସେନା ବିରୋଧରେ ଯୁଦ୍ଧ ବନ୍ଦ କରି ନ ଥିଲେ ।
ମରହଟ୍ଟାମାନଙ୍କ ସହିତ ସମ୍ପର୍କ
[ସମ୍ପାଦନା]ରାଜପୁତନାରେ ଯୁଦ୍ଧ ଚାଲିଥିବାବେଳେ ଦାକ୍ଷିଣାତ୍ୟରେ ଶିବାଜୀଙ୍କ ନେତୃତ୍ତ୍ୱରେ ମରହଟ୍ଟାମାନେ ପ୍ରବଳ ହୋଇ ଉଠିଲେ । ସେମାନେ ବାରମ୍ବାର ମୋଗଲ ସାମ୍ରାଜ୍ୟ ଲୁଣ୍ଠନ କରିବାରେ ଲାଗିଲେ । ବହୁ ଚେଷ୍ଟାକରି ମଧ୍ୟ ଆଉରଙ୍ଗଜେବ ସେମାନଙ୍କୁ ଆୟତ୍ତ କରିପାରିଲେ ନାହିଁ । ପରିଶେଷରେ ସେ ଶିବାଜୀଙ୍କୁ ସ୍ୱାଧୀନ ରାଜା ବୋଲି ସ୍ୱୀକାର କରିଥିଲେ । ୧୬୮୦ରେ ଶିବାଜୀଙ୍କ ମୃତ୍ୟ୍ତୁପରେ ଆଉରଙ୍ଗଜେବ ମରହଟ୍ଟା ଶକ୍ତି ଧ୍ୱଂସ କରିବା ପାଇଁ ୧୬୮୧ରେ ଦାକ୍ଷିଣାତ୍ୟ ଯାତ୍ରା କଲେ । ସେତେବେଳେ ଦାକ୍ଷିଣାତ୍ୟରେ ଥିବା ବିଜାପୁର ଓ ଗୋଲକୁଣ୍ଡାର ଶାସକମାନେ ସିହା ମୁସଲମାନ ଥିବାରୁ ଆଉରଙ୍ଗଜେବ ମରହଟ୍ଟାମାନଙ୍କ ସହିତ ସେମାନଙ୍କୁ ମଧ୍ୟ ଧ୍ୱଂସ କରିବାକୁ ଇଛା କଲେ । ସେ ୧୬୮୬ରେ ବିଜାପୁର ଓ ୧୬୮୭ରେ ଗୋଲକୁଣ୍ଡା ଅଧିକାର କଲେ ।
ଚରିତ୍ର
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "ଆର୍କାଇଭ୍ କପି". Archived from the original on 2012-12-30. Retrieved 2013-01-13.
{{cite web}}
: Cite has empty unknown parameter:|1=
(help) - ↑ http://www.gardenvisit.com/biography/aurangzeb
- ↑ "ଆର୍କାଇଭ୍ କପି". Archived from the original on 2013-07-28. Retrieved 2013-01-13.
{{cite web}}
: Cite has empty unknown parameter:|1=
(help) - ↑ http://www.indianetzone.com/47/religious_policies_aurangzeb.htm
- ↑ http://www.sscnet.ucla.edu/southasia/History/Mughals/Aurang2.html
ବାହାର ତଥ୍ୟ
[ସମ୍ପାଦନା]- Aurangzeb, as he was according to Mughal Records
- Article on Aurganzeb from MANAS group page, UCLA
- The Tragedy of Aureng-zebe Archived 2005-08-29 at the Wayback Machine. Text of John Dryden's drama, based loosely on Aurangzeb and the Mughal court, 1675
- Coins of Aurangzeb
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |